Jai Odisha
News

ଇରାନର ଶୀର୍ଷ କମାଣ୍ଡର ବିମାନ ଆକ୍ରମଣରେ ନିହତ

ତେହରାନ: ଇସ୍ରାଏଲ-ଇରାନ ସଂଘର୍ଷ ଆଜି ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ଇସ୍ରାଏଲ ସେନା ଦାବି କରିଛି ଯେ ଏହା ଇରାନର ଶୀର୍ଷ ସାମରିକ କମାଣ୍ଡର ଅଲି ଶାଦ୍‌ମାନୀଙ୍କୁ ବିମାନ ଆକ୍ରମଣରେ ନିପାତ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି, ଇରାନର ଶୀର୍ଷ ସାମରିକ ଅଧିକାରୀ ତଥା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଘନିଷ୍ଠ ସାମରିକ ଉପଦେଷ୍ଟା ଅଲି ଶାଦ୍‌ମାନୀଙ୍କୁ ନିପାତ କରିଛି। ‘ଏକ୍ସ’ରେ  ପୋଷ୍ଟ୍‌ କରି ଆଇଡିଏଫ୍‌ ସ୍ପଷ୍ଟ କରିଛି ଯେ ୫ ଦିନରେ ଦ୍ବିତୀୟ ଥର ପାଇଁ ଆଇଡିଏଫ୍‌ ଇରାନର ଶୀର୍ଷ ସାମରିକ କମାଣ୍ଡରଙ୍କୁ ନିପାତ କରି ଏକ ବଡ଼ ସଫଳତା ହାସଲ କରିଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତକାଲି କହିଥିଲେ ଯେ ଇରାନ ଆକାଶ ଏବେ ଇସ୍ରାଏଲ ସେନା ନିୟନ୍ତ୍ରଣ‌ରେ ରହିଛି। ଆମେ ଖୁବ୍‌ଶୀଘ୍ର ବଡ଼ ସଫଳତା ହାସଲ କରିବାକୁ ଯାଉଛୁ। ନେତାନ୍ୟାହୁ କରିଛନ୍ତି ଯେ ସର୍ବଦା ଯୁଦ୍ଧ ଚାହୁଥିବା ଇରାନ ଆମକୁ ପରମାଣୁ ଯୁଦ୍ଧର ନିକଟତର କରିଛି। ଅନ୍ୟପକ୍ଷେ ଆଜି ପଞ୍ଚମ ଦିନରେ ଆକ୍ରମଣ ତୀବ୍ର ହୋଇଥିବା ବେଳେ ଇସ୍ରାଏଲର ୫ଟି ସହରକୁ ଟାର୍ଗେଟ୍‌ କରି ଇରାନ କ୍ଷେପଣାସ୍ତ୍ର ମାଡ଼ ଜାରି ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଆଗକୁ ଯୁଦ୍ଧ ସ୍ଥିତି ଭୀଷଣ ରୂପ ନେଇପାରେ ବୋଲି ସଙ୍କେତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଇସ୍ରାଏଲ-ଇରାନ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏଯାବତ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇରାନରେ ୨୨୪ ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.