ଝିଅମାନଙ୍କ ସମ୍ପୂର୍ଣ୍ଣ ଶରୀରର ଫଟୋ ଉଠାଇ ଗୁରୁଙ୍କୁ ପଠାଇବା ପ୍ରଫେସରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ଆନ୍ତଃରାଜ୍ୟ ଧନବର୍ଷା ଗ୍ୟାଙ୍ଗର ସଦସ୍ୟ ଥିବା ଡିଏସ ସିସୋଦିଆ ଓରଫ ଦଶରଥ ସିଂହଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦଶରଥ ସିଂହ ମଥୁରାରେ ଅବସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନର ପ୍ରଫେସ ଥିବା ଜଣାପଡ଼ିଛି।
ଏହି ଘଟଣା ମାର୍ଚ୍ଚ ୧୧ ତାରିଖରେ ସାମ୍ନାକୁ ଆସିବା ପରେ ପୁଲିସ ଗ୍ୟାଙ୍ଗରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ଗିରଫ କରିବା ପାଇଁ ପରେ ଚଢ଼ାଉ ଆରମ୍ଭ କରିଛି ` ରାଜ ପାଲ ନାମକ ଜଣେ ଯୁବକ ସମ୍ଭାଲର ଧନାରୀ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଥିଲେ ତାଙ୍କ ପଡ଼ୋଶୀ ଲଖନ ସିଂ ଏବଂ ରିଙ୍କୁ ତାଙ୍କୁ ଆଗ୍ରା ନେଇଯାଇଥିଲେ । ସେଠାରେ ତାଙ୍କୁ ବାନ୍ଧି ବଳି ଦେବା ପାଇଁ ପ୍ରସ୍ତୁତି କରିଥିଲେ । କିନ୍ତୁ କୌଣସି ପ୍ରକାରେ ସେ ଖସି ଆସିଥିଲେ ।
ସୂଚନା ବିଜ୍ଞାନର ପ୍ରଫେସ ଆନ୍ତଃରାଜ୍ୟ ଧନବର୍ଷା ଗ୍ୟାଙ୍ଗରେ ସାମିଲ ଥିବା ଜାଣିବା ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଏହି ଘଟଣା ତଦନ୍ତରୁ ଜଣାପଡିଛି, ‘ପ୍ରଫେସ ଝିଅମାନଙ୍କର ଫର୍ମ ପୂରଣ କରୁଥିଲେ। ଫର୍ମରେ ତିନିଟି ଅଶ୍ଳୀଳ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ଥିଲା। ଫର୍ମ ପୂରଣ କରିବା ପରେ ଝିଅମାନଙ୍କୁ ଛିଡ଼ା କରି ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶରୀରର ଭିଡିଓ କରିବା ସହିତ ଫର୍ମରେ ପୂରଣ ହୋଇଥିବା ନାମ, ଠିକଣା, ଜନ୍ମ ତାରିଖ, ଉପନାମ, ବଂଶ, ବୟସ, ଓଜନ ଏବଂ ଉଚ୍ଚତା ସବୁକିଛିକୁ ରେକର୍ଡ କରି ରଖୁଥିଲେ। ଯେଉଁ ଝିଅମାନଙ୍କ ଭିଡିଓ ପାସ ହୋଇଯାଉଥିଲା ସେମାନଙ୍କୁ କିଛି ଦେୟ ଦିଆଯାଉଥିଲା।’
ପୁଲିସ ଅଭିଯୁକ୍ତ ପ୍ରଫେସରଙ୍କ ମୋବାଇଲ୍ ଫୋନ୍ରୁ ଧନବର୍ଷା ଗ୍ୟାଙ୍ଗର କୋଡ୍ ୱାର୍ଡ ବ୍ୟବହାର କରୁଥିବା ଅନେକ ଝିଅଙ୍କ ଫଟୋଗ୍ରାଫ୍, ଭିଡିଓ ଏବଂ ଚାଟ୍ ପାଇଛି। ଅଭିଯୁକ୍ତ ଜଣକ ତାଙ୍କ ଗୁରୁଙ୍କୁ ଝିଅ ଯୋଗାଉ ଥିବା ସହିତ ଗତ ତିନି ବର୍ଷ ଧରି ଗ୍ୟାଙ୍ଗ ପାଇଁ ଗରିବ ଝିଅମାନଙ୍କୁ ନିଯୁକ୍ତି ଦେଉଥିବା ଜଣାପଡ଼ିଛି।
ଗିରଫ ପ୍ରଫେସରଙ୍କୁ ପଚରାଉଚରା ସମୟରେ ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ୪/୫ଜଣ ଲୋକଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଯାହାଙ୍କୁ ଗିରଫ ପାଇଁ ପୁଲିସ ଚଢାଉ ଆରମ୍ଭ କରିଛି।