Jai Odisha
News

ସମର୍ଥନ ପରେ ଇସ୍ତଫା

ପାଟଣା: ବିହାରରେ ଜେଡିୟୁକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଲାଗିଲା ଜୋରଦାର ଝାଟକା । ଜେଡିୟୁ ଛାଡ଼ିଲେ ୧୫ ମୁସଲମାନ ନେତା । ୱାକଫ୍ ବିଲକୁ ନୀତୀଶଙ୍କ ସମର୍ଥନ ପରେ ଦଳ ଛାଡିଦେଲେ ମୁସଲମାନ ସଂପ୍ରଦାୟର ନେତା ଏଥିସହ ନୀତୀଶଙ୍କ ବିରୋଧରେ ଦେଲେ ବଡ ବୟାନ । ନିର୍ବାଚନ ପୂର୍ବରୁ ଦଳକୁ ଏହି ଝଟକା ଲାଗିବା ପରେ ଏବେ ଚାପରେ ଅଛନ୍ତି ନୀତୀଶ ।

ତେବେ ବିହାର ମୋତିହାରୀ ଜିଲ୍ଲାରେ ୧୫ ମୁସଲମାନ ନେତା ଏକା ସାଙ୍ଗରେ ଜେଡିୟୁ ଛାଡ଼ିଛନ୍ତି ଏବଂ ଆଗକୁ ଏହି ଦଳ ଛଡା ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି । ୱାକଫ୍ ବିଲକୁ ଜେଡିୟୁ ସମର୍ଥନ ଦେବା ପରେ ମୁସଲମାନ ନେତାଙ୍କର ଦଳରୁ ମୋହ ଭାଙ୍ଗିଛି ଆଉ ସେମାନେ ଅସନ୍ତୁଷ୍ଟ ହୋଇ ଦଳରୁ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । 

ଢାକା ବିଧାନସଭା ନିର୍ବାଚନମଣ୍ଡଳୀରେ ଆସୁଥିବା ଏହ ଅଞ୍ଚଳ ମୁସଲମାନ ସଂପ୍ରଦାୟର ଲୋକେ ବାସ କରନ୍ତି । ତେବେ ଏକଦା ନୀତୀଶଙ୍କୁ ସେମାନେ ସେମାନଙ୍କ ହିତାକାଂକ୍ଷୀ ଭାବୁଥିଲେ ଆଉ ସମର୍ଥନ ମଧ୍ୟ ଦେଉଥିଲେ ହେଲେ ଏବେ ୱାକଫ୍ ବିଲକୁ ସମର୍ଥନ ଦେବା ପରେ ନୀତୀଶ ସେମାନଙ୍କ ଭରସା ଭାଙ୍ଗି ଦେଇଥିବା ମୁସଲମାନ ନେତାମାନେ ମତ ଦେଇଛନ୍ତି ।

ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଜେଡିୟୁ ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ଅନ୍ୟପଟେ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କଲାଣି । ଆଜି ରାହୁଲ ବେଗୁସରାଇରେ କହ୍ନେୟା କୁମାରଙ୍କ ବିଶାଳ ପଦଯାତ୍ରାରେ ସାମିଲ ହୋଇଥିବା ବେଳେ ଗତ ୪ ମାସରେ ୩ ଥର ବିହାର ଗସ୍ତ କରିବା ଜେଡିୟୁ ପାଇଁ ଏକ ଖୋଲା ଆହ୍ୱାନ ମଧ୍ୟ ।