Jai Odisha
News

ବନ୍ଧୁକ ଛାଡି ସରେଣ୍ଡର କର: ମାଓନେତା ନିଖିଲ୍‌ –

ଭୁବନେଶ୍ୱର: ବନ୍ଧୁକ ଛାଡିବାକୁ ସାଥୀଙ୍କୁ ଟପ୍ ମାଓନେତା ନିଖିଲ୍‌ଙ୍କ ଆହ୍ୱାନ। ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଦେଲେ ଅଡିଓ ବାର୍ତ୍ତା। ବାର୍ତ୍ତାରେ କହିଛନ୍ତି ଯେ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଆମେ ୧୫ ମାଓବାଦୀ ଗଣତାନ୍ତ୍ରିକ ରାସ୍ତାକୁ ଆସିଛୁ। ଏଥିପାଇଁ ଓଡ଼ିଶା ପୋଲିସ ପାଖରେ ଆତ୍ମସମର୍ପଣ କରିଛୁ। ଆଜିକା ପରିବର୍ତ୍ତିତ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ତେଣୁ ଅନ୍ୟ ସାଥୀ ଅସ୍ତ୍ର ତ୍ୟାଗ କରି ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହୁଅନ୍ତୁ। ଅନେକ ସମସ୍ୟା ପାଇଁ ଆପଣମାନଙ୍କ ସହ ସମନ୍ବୟ କରି ନ ପାରି ସରେଣ୍ଡର କରିଛୁ। ବେଶୀ ଡେରି ନ କରି ଆମ ବାଟରେ ଆସିଲେ ବେଶୀ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେଇଛି। ୯୪୩୭୬୪୩୮୩୯ ନଂରେ ଯୋଗାଯୋଗ କଲେ ଆଣିବା ବ୍ୟବସ୍ଥା କରିବୁ।

Leave A Reply

Your email address will not be published.