୩୦ ଦିନ ଜେଲରେ ରହିଲେ ପଦ ଯିବ –

ନୂଆଦିଲ୍ଲୀ : ବୁଧବାର ଲୋକସଭାରେ ଗୁରୁତ୍ଵପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲ୍ କୁ ଆଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ସେମାନଙ୍କର ପଦ ଯିବ। ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ସେମାନଙ୍କୁ ଇସ୍ତଫା ଦେବାକୁ ପଡିବ। ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମାମଲାରେ ୩୦ ଦିନ ଜେଲରେ ରହିଲେ ପଦ ଯିବ। ଗିରଫ ହେବାର ୩୦ ଦିନ ପରେ ତାଙ୍କ ପଦ ରଦ୍ଦ ହୋଇଯିବ। ବିଲ୍ ଆଗତ ପରେ ଗୃହରେ ବିରୋଧୀଙ୍କ ପ୍ରବଳ ହୋହାଲ୍ଲା ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଛି।