ଟୋଲପ୍ଲାଜାରେ ଯବାନଙ୍କୁ ମାଡ ଘଟଣା, ୬ ଗିରଫ –

ମିରଟ : ମିରଟରେ ଟୋଲ ପ୍ଲାଜାରେ ସୋମବାର ମଧ୍ୟାହ୍ନ ୧ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଡ ଧରଣର ହଙ୍ଗାମା ଦେଖିବାକୁ ମିଳିଥିଲା । ମିରଟ-କରନାଲ ଜାତୀୟ ରାଜପଥରେ ଥିବା ଭୁନି ଟୋଲ ପ୍ଲାଜାରେ ରବିବାର ରାତିରେ ଜଣେ ସେନା ଯବାନଙ୍କୁ ମାଡ ମାରିବା ଘଟଣାରେ ଲୋକମାନେ ଭଙ୍ଗାରୁଜା କରିବା ସହ ମାଡ ମାରିଥିଲେ ।
ଗୋଟକା ଓ ଆଖପାଖ ଗାଁର ୫୦୦ରୁ ଅଧିକ ଲୋକ ଭୁନି ଟୋଲ୍ ପହଞ୍ଚି ଟୋଲ ଅଫିସ ଭଙ୍ଗାରୁଜା କରିଥିଲେ । ଲୋକମାନେ ପଥର ମାଡ କରିବା ସହ କମ୍ପ୍ୟୁଟର, ଏସି, ଆସବାବପତ୍ର ଭାଙ୍ଗିଦେଇଥିଲେ । ଟୋଲକର୍ମୀଙ୍କୁ ଆକ୍ରମଣ ଉଦ୍ୟମ କରିଥିବାବେଳେ ସେମାନେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଏହା ପରେ ଆକ୍ରମଣକାରୀ ଘଟଣାସ୍ଥଳରେ ଧାରଣାରେ ବସିଥିଲେ । ସୂଚନା ପାଇ ଏସପି, ଏଡିଏମ୍, ଏସଡିଏମଙ୍କ ସମେତ ୮ଟି ଥାନାର ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ।
इन टोलकर्मियों की गुंडा गर्दी देखिए
मेरठ 📍में एक सेना 🇮🇳 के जवान को बेरहमी से पीट रहे हैं।
टोलकर्मियों को ये विशेषाधिकार किसने दिया है कि वो जब चाहे किसी को सरेआम मारेंगे।@meerutpolice @NHAI_Official @Uppolice बताइए?? pic.twitter.com/6lmhYgQsGU
— रावण (@raavan_india) August 17, 2025
– Advertisement –
କହିରଖୁଛୁ ରବିବାର ରାତିରେ ସେନାର ଯବାନ କପିଲଙ୍କୁ ଟୋଲକର୍ମୀମାନେ ଏକ ଖୁମ୍ବରେ ବାନ୍ଧି ମାଡ ମାରିଥିଲେ । ସେ ଶ୍ରୀନଗରରେ ରାଜପୁତ ବାଟାଲିୟନରେ ନିୟୋଜିତ ଅଛନ୍ତି । ବୋଲବମ୍ ପାଇଁ ସେ ଛୁଟିରେ ଆସିଥିଲେ । ରବିବାର ଶ୍ରୀନଗର ଫେରୁଥିଲେ । ସୋମବାର ସକାଳ ୫ଟାରେ ଫ୍ଲାଇଟ ଥିଲା । ରାତି ପ୍ରାୟ ୮ଟା ସମୟରେ ସେ ନିଜ ଭାଇ ସହିତ କାରରେ ଫେରୁଥିଲେ । ଟୋଲ ପ୍ଲାଜାରେ ଲମ୍ବା ଲାଇନ୍ ଥିଲା । ସେ ଟୋଲ କର୍ମୀଙ୍କୁ ନିଜ ଆର୍ମି କାର୍ଡ ଦେଖାଇ ଜଲଦି ଛାଡିଦେବାକୁ କହିଥିଲେ । ନଚେତ୍ ତାଙ୍କ ଫ୍ଲାଇଟ୍ ମିସ୍ ହେବ ବୋଲି ଜଣାଇଥିଲେ । କିନ୍ତୁ ଟୋଲ୍ କର୍ମୀ ତାଙ୍କ ସାଙ୍ଗରେ ଯୁକ୍ତି କରିଥିଲେ । ଶେଷରେ କପିଲଙ୍କୁ ଏକ ଖୁମ୍ବରେ ବାନ୍ଧି ମାଡ ମାରିଥିଲେ । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ ।