ଏଫଏମ ଛାତ୍ରୀ ଘଟଣାରେ ୨ ଗିରଫ; ରାଜନୈତିକ ଷଡଯନ୍ତ୍ର: ଏବିଭିପି –

ଭୁବନେଶ୍ୱର: ଏଫଏମ ଛାତ୍ରୀ ଆତ୍ମଦାହ ଘଟଣାରେ ୨ ଗିରଫ ପ୍ରସଙ୍ଗ । ଏବିଭିପି ସମର୍ଥତ ଦୁଇ ଛାତ୍ର ଗିରଫ ହୋଇଛନ୍ତି । ଏହାକୁ ନିନ୍ଦା କଲା ଏବିଭିପି କେନ୍ଦ୍ରୀୟ ମୁଖ୍ୟାଳୟ । ଗିରଫ ଘଟଣାକୁ ପୁଲିସର ପକ୍ଷପାତିତା କହିଲା ଏଭିବିପି । ସୂଚନାଥାଉ କି ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳନ ଙ୍କୁ ଗିରଫ କରାଯାଇଛି । ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର । ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ ଆଉ ପ୍ରାଣ ହରାଇଥିଲେ । ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା ।