ଟ୍ରମ୍ପଙ୍କ ଶୁଳ୍କ ସ୍ଥଗିତ, ଭାରତକୁ ମିଳିଲା ଗୋଟିଏ ସପ୍ତାହ ସମୟ –

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଘୋଷଣା କରିଥିଲେ ଯେ ଅଗଷ୍ଟ ୧ରୁ ଅନେକ ଦେଶରେ ନୂତନ ଶୁଳ୍କ ହାର ଲାଗୁ ହେବ । ସମ୍ପ୍ରତି ରିପୋର୍ଟରୁ ଜଣାପଡିଛି ଯେ ଶୁଳ୍କ ହାର ଏବେ ଅଗଷ୍ଟ ୭ରୁ ଲାଗୁ ହେବ । ଯେଉଁ ଦେଶଗୁଡିକ ଆମେରିକା ସହିତ ବାଣିଜ୍ୟିକ ଅଂଶୀଦାର ଅଛନ୍ତି ସେମାନଙ୍କୁ ଆଶ୍ୱସ୍ତି ଦେଇ ଆମେରିକା ନୂତନ ଶୁଳ୍କ ଆଦେଶ ଉପରେ ସ୍ୱାକ୍ଷର କରିଛି ।
ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ ବର୍ଦ୍ଧିତ ହାର ଏବେ ଅଗଷ୍ଟ ୧ନୁହେଁ ୭ରୁ ଲାଗୁ ହେବ । ଫଳରେ ଏହା ଦେଶ ଗୁଡିକୁ ଆହୁରି କିଛି ସମୟ ଦେଇଛି । ଏହାସହିତ ଆମେରିକା ଅନେକ ଦେଶ ସହିତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଛି । ୭୦ଟି ଦେଶ ମଧ୍ୟରେ କିଛି ଦେଶ ଅଛନ୍ତି ଯାହା ଉପରେ ୦ରୁ ୧୫ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ଅନ୍ୟ କିଛି ଦେଶଗୁଡିକ ଉପରେ ୪୧ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଛି । ଆମେରିକା ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଘୋଷଣା କରିଛି । ଭାରତ ଅପେକ୍ଷା ପାକିସ୍ତାନ ଉପରେ କମ୍ ଶୁଳ୍କ ଲଗାଇଛି ଆମେରିକା ।