ଜଗନ୍ନାଥଙ୍କୁ ନେଇଁ ଖେଳ ଖେଳୁଛି ସରକାର –

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ୍ଷ ଓଡ଼ିଆଙ୍କ ଆରାଧ୍ୟ ଦେବତା । କିନ୍ତୁ ବର୍ତ୍ତମାନ ଜଗନ୍ନାଥଙ୍କୁ ନେଇ ଯାହା ଘଟିଯାଉଛି ସେଥିପାଇଁ ଆମକୁ ବ୍ୟଥିତ କରୁଛି ବୋଲି ପିସିସି ମୁଖପାତ୍ର ଲଲାଟେନ୍ଦୁ ଦାସ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ହିନ୍ଦୁ ଓ ହିନ୍ଦୁତ୍ୱକୁ ନେଇ ଯେଉଁ ହୀନ ରାଜନୀତି ଦେଶରେ ଚାଲିଛି ତାହା ସମସ୍ତଙ୍କୁ ଜଣା । ଏଥିରୁ ମହାପ୍ରଭୁ ଜଗନ୍ନାଥ ବାଦ ପଡ଼ୁନାହାନ୍ତି । ୫୦୦,୧୦୦ ଟଙ୍କାରେ ଭିଆପି ଦର୍ଶନ ନାରେ ବର୍ଷକୁ ୧୮୦୦ କୋଟି ଅର୍ଥ ବେଆଇନ ଭାବେ ଆଦାୟ କରାଯାଉଛି । ଏହା ତଦନ୍ତ ସାପେକ୍ଷ । ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନା, କେନ୍ଦ୍ର ପ୍ରଶାସନ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ହସ୍ତକ୍ଷେପ କରିନାହାନ୍ତି । ଯାହାଫଳରେ ଭକ୍ତମାନେ ଲୁଟର ଶିକାର ହେଉଛନ୍ତି । ଶ୍ରୀମନ୍ଦିରକୁ ଭିତରକୁ ଅବାଧରେ ପ୍ରବେଶ କରିବାପାଇଁ ଏଭଳି ବେଆଇନ ଅର୍ଥ ଆଦାୟ କରାଯାଉଛି । ଯାହା ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆକ୍ଟରେ କୌଣସି ବନ୍ଦୋବସ୍ତ ନାହିଁ । ମରାମତି ଓ ତଦାରଖ ଦାୟିତ୍ୱ ଦିଆ ଯାଇଥିବା ସଂସ୍ଥା ଏଏସଆଇ ନୋ ଫଟୋଗ୍ରାଫି ଜୋନରେ ଶ୍ରୀମନ୍ଦିର ଫଟୋ ଉଠାଇ କିପରି ଭାଇରାଲ କଲା ଏବଂ ଏଥିପାଇଁ ଫୌଜଦାରୀ ମକଦ୍ଦମା ରୁଜୁ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ ଶ୍ରୀଯୁକ୍ତ ଦାସ ।
ସେହିପିର ଶ୍ରୀଜଗନ୍ନାଥ ଫଟୋ ଚିତ୍ରକୁ ବ୍ୟବହାର କରି ଡୋର ମ୍ୟାଟ (ପାପୋଚ) ଅଲ୍ଲୀ ଏକପ୍ରେସ ନାମକ ସଂସ୍ଥା ଅନଲାଇନରେ ବିକ୍ରୀ କରୁଛି ଏହା ଘୋର ନିନ୍ଦନୀୟ । ଯାହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି । ଏପରି ଆଇନବିରୁଦ୍ଧ କାର୍ଯ୍ୟ ବାରମ୍ବାର ହେବାର କାରଣ ହେଉଛି ସରକାର ଆସିବାର ବର୍ଷେ ପୂରଣ ହେବା ପରେ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇପାରିଲା ନାହିଁ । ମୋଦି ଯେଉଁ ଯାଗାରେ କହୁଛନ୍ତି ଟ୍ରମ୍ପଙ୍କ ଡାକରା ଛାଡ଼ି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଚାଲି ଆସନ୍ତି ହେଲେ ପୁରୀ ସାଂସଦ କହୁଛନ୍ତି ଜଗନ୍ନାଥ ମୋଦିଙ୍କ ଭକ୍ତ । ସେ ବିଷୟରେ ମୋଦିଙ୍କର କ୍ଷମା ପ୍ରାର୍ଥନା ନାହିଁ ଯାହା ଅତି ନିନ୍ଦନୀୟ । ଗତବର୍ଷ ରଥ ଯାତ୍ରାରେ ବଡ଼ଠାକରୁ ଚାରମାଳରୁ ପଡ଼ିଯିବା ଘଟଣାର ତଦନ୍ତ ରିପୋର୍ଟ ବର୍ଷେ ହେଲା କିନ୍ତୁ ହୋଇ ପାରିଲା ନାହିଁ । ଅନୁରୂପ ଭାବେ ଏବର୍ଷ ରଥଯାତ୍ରାର ଦଳାଚକାଟାର ତଦନ୍ତ ରିପୋର୍ଟ ମାସେ ବିତିଯାଇଥିଲେ ମଧ୍ୟ ଲୋକଲୋଚନକୁ ଆସିପାରିଲା ନାହିଁ । ସରକାର କିପରି ଚାଲିଛି ଏଥିରୁ ଅନୁମେୟ ।
କଂଗ୍ରେସ ମୁଖପାତ୍ର ଜୟଶ୍ରୀ ପାତ୍ର କହିଲେ ଯେ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ କରିବା ସହ ଏସଆଇ ଦ୍ୱାରା ଶ୍ରୀମନ୍ଦିର ଫଟୋ ଭାଇରାଲରେ ଯଦି ଅଘଟଣ ଘଟେ କେନ୍ଦ୍ର ସରକାର ଏସଆଇ ସଂସ୍ଥା ଉତ୍ତରଦାୟୀ ରହିବେ କି ବୋଲି ପ୍ରଶ୍ନ କରିଥିଲେ । ତତ୍ସହିତ ଚଷମାରେ ଗୁପ୍ତ କ୍ୟାମେରା ନେଇଥିବା ଯୁବକଙ୍କୁ ପୋଲିସ ପ୍ରଶାସନ କାହିଁକି ଛାଡ଼ି ଦେଇଥିଲା? ବୋଧେ ଜିଲ୍ଲାପାଳଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ଫଟୋ ଦେଖି ପୋଲିସ ପ୍ରଶାସନ ଛାଡ଼ି ଦେଇଥିଲା ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କଥାରେ କୌଣସି ତାଳମେଳ ରହୁନାହିଁ । ଶ୍ରୀମନ୍ଦିରର ବାରମ୍ବାର ବିଭ୍ରାଟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳିପାଇଁ ଶ୍ରୀମତୀ ପାତ୍ର ଦାବି କରିଥିଲେ । ରଥଯାତ୍ରା ସମୟରେ ଦଳାଚକଟା ତଦନ୍ତର ସ୍ୱଚ୍ଛ ରିପୋର୍ଟ ଲୋକଲୋଚନକୁ ଆସିବା ସହ ୨୭୫ ଏଆଇ କ୍ୟାମେରା ଯାହା ରଥଯାତ୍ରା ପୂର୍ବରୁ ବିଭିନ୍ନ ସ୍ଥାନରେ ଲଗାଯିବାପାଇଁ ଡିଣ୍ଡିମ ପିଟାଯାଇଥିଲା, ସେହି ଏଆଇ କ୍ୟାମେରାର ତଥ୍ୟ ଆରଟିଆଇ ତଥ୍ୟରେ ନାହିଁ । ସେହି ଏଆଇ କ୍ୟାମେରାର ତିନିକୋଟି ଘୋଟାଲାର ଦାବି କଂଗ୍ରେସ କରୁଛି ବୋଲି ଶ୍ରୀମତୀ ପାତ୍ର କହିଥିଲେ । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଆସିଥିବା ସରକାର ହରିଓଁ, ଇଣ୍ଡିଆଥ୍ରିଲ୍ସ ନାମକ ଠକ ସଂସ୍ଥା ଅନଲାଇନରେ ଭକ୍ତଙ୍କୁ ଭିଆପି ଦର୍ଶନ ସୁବିଧା, ମହାପ୍ରସାଦ ବିକ୍ରୀ, ଫ୍ଲିପକାଟରେ ପତିତତାବନବାନାକୁ ବିକ୍ରୀକୁ କିପରି ପ୍ରୋତ୍ସାହନ ଦେଉଛି ତାହାର ଦୃଢ଼ ନିନ୍ଦା କରିଥିଲେ । ଏ ବେପାରୀ ସରକାରରେ ଓଡ଼ିଶା ଠକଙ୍କ ହବ ପାଲଟିଛି ।
ଓଡ଼ିଆ ଅସ୍ମିତା ଓ ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ତେଣୁ ଓଡ଼ିଆ ଅସ୍ମିତା ଓ ଜଗନ୍ନାଥଙ୍କ ସଂସ୍କୃତିର ସୁରକ୍ଷା ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପାତ୍ର କହିଥିଲେ । ଶ୍ରୀମନ୍ଦିରରେ ଏତେ ମାତ୍ରାରେ ବିଭ୍ରାଟ, ରଥଯାତ୍ରାରେ ବିଶୃଙ୍ଖଳା ପୂର୍ଣ୍ଣକାଳୀନ ପ୍ରଶସକଙ୍କ ଅନୁପସ୍ଥିତ ହେତୁ ଘଟୁଛି । ଯାହା ବିଜେପି ସରକାର ଆସିବା ପୂର୍ବରୁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ଦାବି କରୁଥିଲା ହେଲେ ୨୦୨୪ ଫେବୃଆରୀ-୧ ରୁ ଆଜି ଯାଏଁ ସରାକାରକୁ ଆସିବାପରେ ଶ୍ରୀମନ୍ଦିରରେ ପୂର୍ଣ୍ଣକାଳୀନ ପ୍ରଶାସକ ନାହାନ୍ତି ତଥାପି ବିଜେପି ସରକାର ନୀରବଦ୍ରଷ୍ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ପୂର୍ଣ୍ଣକାଳନୀ ପ୍ରଶାସକ କାହିଁକି ନିଯୁକ୍ତ କରାଯାଇ ନାହିଁ ବୋଲି ଡକ୍ଟର ଭୂୟାଁ କହିଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲଲାଟେନ୍ଦୁ ଦାସଙ୍କ ସମେତ ଜୟଶ୍ରୀ ପାତ୍ର, ଡ. ଦେବାଶିଷ ଭୂୟାଁ ଓ ଅଶୋକ ସ୍ୱାଇଁ ଉପସ୍ଥିତ ଥିଲେ ।