ଓ୍ବାଲମାର୍ଟ ଷ୍ଟୋରରେ ଆକ୍ରମଣ, ଆତତାୟୀ ଛୁରାମାଡ଼ରେ ୧୧ ଗୁରୁତର –

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଉତ୍ତର ମିଚିଗାନର ଟ୍ରାଭର୍ସ ସହରରେ ଥିବା ଏକ ଓ୍ବାଲମାର୍ଟ ଷ୍ଟୋରରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟିଛି। ଜଣେ ଆତତାୟୀ ଷ୍ଟୋରରେ ୧୧ ଜଣ ଗ୍ରାହକଙ୍କୁ ଛୁରାମାଡ଼ କରିଛି। ଏହି ଘଟଣାକୁ ନେଇ ଷ୍ଟୋର ପରିସରରେ ଭୟର ବାତାବରଣ ଖେଳିଯାଇଥିବାବେଳେ ତୁରନ୍ତ ପୁଲିସ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି।
ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ନ ଯିବାକୁ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମନସନ ମେଡିକାଲ ସେଣ୍ଟରରେ ଚିକିତ୍ସା କରାଯାଉଛି। ସେମାନଙ୍କ ଅବସ୍ଥା ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।