କାରଖାନା ଛାତରୁ ତଳକୁ ପଡ଼ି ଶ୍ରମିକ ମୃତ, କ୍ଷତିପୂରଣ ପରେ ମର୍ଗରୁ ଉଠିଲା ଶବ

ରାଉରକେଲା: କାରଖାନା ଛାତରେ କେବୁଲ କାମ କରୁଥିବାବେଳେ ୨୫ ଫୁଟ ତଳକୁ ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ରାଜଗାଙ୍ଗପୁର ଅଲଣ୍ଡା ଗରିଆମାଲର ଉଇଲ୍ଫ୍ରିଡ୍ ଏକ୍କା (୩୭)। ସେ ଠିକା ସଂସ୍ଥା ବଜରଙ୍ଗ କନ୍ଷ୍ଟ୍ରକ୍ସନ ଅଧୀନରେ କାମ କରୁଥିଲେ। ପ୍ରତିଦିନ ପରି ଗତକାଲି କେବୁଲ କାମ କରୁଥିବାବେଳେ ହଠାତ୍ ତଳକୁ ଖସି ପଡିଥିଲେ। ଅନ୍ୟ ଶ୍ରମିକମାନେ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଇଏସ୍ଆଇ ମଡେଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କ ଶବକୁ ଆର୍ଜିଏଚ୍ ମର୍ଗରେ ରଖାଯାଇଥିଲା।
ସମ୍ପର୍କୀୟ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦିଆଯିବା ଲାଗି ଦାବି କରିଥିଲେ। କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମର୍ଗରୁ ଶବ ଉଠାଇବେ ନାହିଁ ବୋଲି କହିଥିଲେ। ସାମାଜିକକର୍ମୀ ଆଲବର୍ଟ କିଣ୍ଡୋ, ସରପଞ୍ଚ ଅଜିତ ଏକ୍କା ଓ ସୁରେନ୍ଦ୍ର ମିଞ୍ଜ ଠିକାସଂସ୍ଥା ସହ ଏସଂକ୍ରାନ୍ତରେ ଆଲେଚାନା କରିଥିଲେ। ପରେ ଠିକା ସଂସ୍ଥା ପରିବାରକୁ ୮ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକ ଆର୍ଜିଏଚ୍ରୁ ଶବ ନେଇଥିଲେ।

Comments are closed.