Jai Odisha
News

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା –

ସମାଜ ଡିଜିଟାଲ ଡେସ୍କ: ରାମପୁର ଥାନା ଗଜବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସରପଞ୍ଚଙ୍କ ସ୍ଵାମୀ ବଲ୍ଲଭ ଖେତିଙ୍କୁ ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ବଲ୍ଲଭ ଘରକୁ ଫେରୁଥିବାବେଳେ ପଣ୍ଡରାପାଲି ଗ୍ରାମ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଏକ ପୁଲିସ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଦୁର୍ବୃତ୍ତମାନେ ବଲ୍ଲଭଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ, ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ଅନୁମାନ କରାଯାଉଛି।

Comments are closed.