ଶାହରୁଖ ଖାନଙ୍କ ‘ମନ୍ନତ’ରେ ପହଞ୍ଚିଲା ବିଏମସି ଟିମ୍, ସିଆରଜି ନିୟମ ଉଲ୍ଲଘଂନ ଅଭିଯୋଗରେ ଯାଞ୍ଚ –

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ‘ମନ୍ନତ’ରେ ଗତ କିଛି ମାସ ନବୀକରଣ ଚାଲିଛି । ଅନେକ ସାମାଜିକ କର୍ମୀ ଏବଂ ପରିବେଶବିତ୍ ଶାହରୁଖଙ୍କ ଉପରେ ଉପକୂଳ ନିୟନ୍ତ୍ରଣ ଜୋନ (କୋଷ୍ଟାଲ ରେଗୁଲେସନ ଜୋନ୍) ର ନିୟମ ଉଲ୍ଲଘଂନ କରିବାର ଅଭିଯେ୍ଧଜ୍ଞ ଆଣିଛନ୍ତି । ଏହି ମାମଲାରେ ଯାଞ୍ଚ ପାଇଁ ବିଏମସିର ଏକ ଦଳ ତାଙ୍କ ବଙ୍ଗଳାରେ ପହଞ୍ଚିଥିଲେ । ଗତ ୪ମାସ ହେଲା ମନ୍ନତର ନବୀକରଣ କରୁଛନ୍ତି ଶାହରୁଖ, ଏବଂ ନିକଟରେ ଭଡାରେ ରହୁଛନ୍ତି । ମନ୍ନତ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ସମୁଦ୍ର କୂଳରେ ଅବସ୍ଥିତ । ବଙ୍ଗଳାର ନବୀକରଣରେ କୋଷ୍ଟାଲ ରେଗୁଲେସନ ଜୋନ୍ ଆଇନ ଉଲ୍ଲଂଘନ କରାଯାଉଥିବା ନେଇ ବିଏମସି ଏକ ଅଭିଯୋଗ ହୋଇଥିଲା । ଏହାପରେ ବିଏମସିର ଏକ ଦଳ ଶାହରୁଖ ଖାନଙ୍କ ଘରେ ପହଞ୍ଚି ଯାଞ୍ଚ କରିଥିଲେ ।
Comments are closed.