Jai Odisha
News

ଜନଗଣନା ପ୍ରକ୍ରିୟା ଆଗକୁ ସ୍ପଷ୍ଟ ହେବ:  ନିଖିଲ ପବନ କଲ୍ୟାଣ –

ଭୁବନେଶ୍ୱର: ରାଜ୍ୟରେ  ଜନଗଣନା ନେଇ ନିର୍ଦ୍ଦେଶକ  ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । କହିଛନ୍ତି, କେଉଁ ପ୍ରକ୍ରିୟାରେ ଚାଲିବ ଆଗକୁ ସ୍ପଷ୍ଟ କରାଯିବ । ଜନଗଣନା ଆରମ୍ଭ ଓ ଶେଷ ନେଇ ସମୟ ସାରଣୀ ମଧ୍ୟ ବାହାରିବ ।  ଜନଗଣନା ପାଇଁ କେତେ ଦିନ ଲାଗିବ ଏବେଠୁ କହି ହେବନି ।  ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବି । ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା କାଯ୍ୟ ସମାପନ ହେବ । ସୂଚନାଥାଉକି, ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜନଗଣନା ହେବ । ୨ଟି ପଯ୍ୟାୟରେ ହେବ । ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳରେ  ଆଗୁଆ ହେବ । ଲଦାଖ, ଜମ୍ମୁ- କାଶ୍ମୀର , ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଆଗୁଆ ହେବ । ୨୦୨୬ ଅକ୍ଟୋବର ୧ରୁ ଏସବୁ ରାଜ୍ୟରେ ଜନଗଣନା ହେବ । ଜନଗଣନା ସହ ଜାତି ଜନଗଣନା ହେବ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ  ଗେଜେଟ ବିଜ୍ଞପ୍ତି ଜାରି ରହିଛି ।

Comments are closed.